ପରୀକ୍ଷା ପ୍ରଶ୍ନରେ ତ୍ରୁଟି ଅଭିଯୋଗ ପରେ ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି

ଭୁବନେଶ୍ୱର – ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଗତକାଲି ପରୀକ୍ଷା ହୋଇଥିଲା । ତେବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଥିବାରୁ ପରୀକ୍ଷା ବାତିଲ କରିଛନ୍ତି।

ବିଶେଷ କରି ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ରରେ ତାଳମେଳ ନଥିବା ଅଭିଯୋଗ କରିଥିଲେ । ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ମଧ୍ୟ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ତେଣୁ ପରୀକ୍ଷା ଆଉ ଥରେ କରିବା ପାଇଁ ଦାବି ହୋଇଥିଲା। ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ। ଅଭିଯୋଗ ହେଲା ପରେ କର୍ତ୍ତୃପକ୍ଷ ପରୀକ୍ଷା ବାତିଲ କରିଦେଇଛନ୍ତି।

Comments are closed.