ବାଣପୁର ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ୭ ଗୁରୁତର

ବାଲୁଗାଁ – ବାଣପୁର ଗମ୍ଭାରୀମୁଣ୍ଡାରେ ରୋଷେଇ ଗ୍ୟାସ ଟାଙ୍କି ଫାଟିଯିବାରି ୭ ଜଣ ପୋଡିଯାଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ଗମ୍ଭାରୀମୁଣ୍ଡା ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ ଟାଙ୍କିରେ ନିଆଲାଗିଯାଇଥିଲା । ଏହାପରେ ପାଖ ପଡୋଶୀରୁ ୬ ଜଣ ନିଆଁ ଲିଭାଇବାକୁ ଆସିଥିଲା ବେଳେ ଟାଙ୍କି ଫାଟିଯାଇଥିଲା । ଏଥିଯୋଗୁଁ ସେଠାରେ ଉପସ୍ଥିତ ୭ ଜଣଙ୍କ ଦେହରେ ନିଆଁ ଲାଗିଯାଇଥିଲା । ରବୀନ୍ଦ୍ର ପ୍ରଧାନଙ୍କ ପରିବାରର ଜଣେ ପୋଡିଯାଇଛନ୍ତି । ଏହି ଘଟଣାରେ ଜଣେ ମହିଳାଙ୍କ ସହ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ବାଣପୁର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।

Comments are closed.