ଦୁର୍ଘଟଣାରେ ଭାଙ୍ଗିଲା ବିରଞ୍ଚି ନାରାୟଣ ମନ୍ଦିରର ଅରୁଣ ସ୍ତମ୍ଭ

ଭଞ୍ଜନଗର: ବୁଗୁଡ଼ା ସହରର ବଡ଼ଦାଣ୍ଡ ଠାରେ ଥିବା ପ୍ରାଚୀନ ସୂର୍ଯ୍ୟ ମନ୍ଦିର ବା ବିରଞ୍ଚି ନାରାୟଣ ପୀଠର ଅରୁଣ ସ୍ତମ୍ଭ ଶନିବାର ଏକ ଦୁର୍ଘଟଣାରେ ଭାଙ୍ଗି ଯାଇଛି। ସୋମବାର ମଧ୍ୟରାତ୍ରରେ ଅଚାନକ ଟ୍ରକଟି ସହର ଭିତରକୁ ମାଡ଼ି ଆସିଥିଲା। ବୁଗୁଡ଼ା ଠାରେ ପଞ୍ଚ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ଯିବା ପାଇଁ ଆଗକୁ ରାସ୍ତା ବନ୍ଦ ଥିଲା। ଟ୍ରକଟି ଅନ୍ୟ ରାସ୍ତା ଦେଇ ଯିବା ବଦଳରେ ଏହି ରାସ୍ତା ଦେଇ ଗାଡ଼ି ପଛକୁ ଫେରାଉ ଥିବା ସମୟରେ ଗାଡ଼ିର ପଛପଟ ଅରୁଣ ସ୍ତମ୍ଭ ସହ ଧକ୍କା ଦେଇଥିଲା। ଫଳରେ ସ୍ତମ୍ଭଟି ଭାଙ୍ଗି ଯାଇଥିଲା। ମଠର ମଠାଧିଶ ନାରାୟଣ ଦାସ ଓ ବୁଗୁଡା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅରୁଣ ସ୍ତମ୍ଭର ପୁନଃ ନିର୍ମାଣ କରାଯିବ ବୋଲି ସେମାନେ କହିଛନ୍ତି । ଘଟଣା ଘଟିବା ପରେ ବୁଗୁଡା ସହରର ବହୁ ଲୋକ ଦେଖିବା ପାଇଁ ଭିଡ଼ ଜମିଥିଲା।

Comments are closed.