ମାଓବାଦୀଙ୍କ ‘ୱ।ର ରୁମ’ ଏବେ ଆଦିବାସୀ ପିଲାଙ୍କ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର

ମାଲକାନଗିରି – ଦିନେ ଯେଉଁଠି ମାଓବାଦୀ ବିଚାରଧାରା ପ୍ରଚାର ପ୍ରସାର ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ ବସୁଥିଲା, ସେଠାରେ ଆଦିବାସୀ ପିଲାମାନେ କମ୍ପ୍ୟୁଟର ଶିଖିବେ । ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ବ ଠାରେ ମାଓବାଦୀଙ୍କ ‘ଲାଲ ଘର’ ବା ୱାର ରୁମ’ରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯିବ । କମ୍ୟୁନିଟି ପୋଲିସିଂ ପଦକ୍ଷେପ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଏଭଳି ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପୋଲିସ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ କୋଠରୀରେ ଦିନେ ମାଓବାଦୀମାନେ ମେଳି ଓ ସହିଦ ସପ୍ତାହ ପାଳନ କରୁଥିଲେ ସେହି କୋଠରୀରେ ଏବେ ଛାତ୍ରଛାତ୍ରୀ କମ୍ପ୍ୟୁଟର ପାଠ ପଢିବେ । ଯୋଡାଆମ୍ବଠାରେ ଥିବା ମାଓବାଦୀଙ୍କ ‘ୱାର ରୁମ’ରେ ଏକ ନୂଆ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରକୁ ଦକ୍ଷିଣାଂଚଳ ଡିଆଇଜି ରାଜେଶ ପଣ୍ଡିତ ଓ ମାଲକାନଗିରି ଏସପି ନୀତେଶ ୱ।ଧୱ।ନୀ ମିଳିତ ଭାବେ ଉଦଘାଟନ କରିଛନ୍ତି। କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ୫ଟି କମ୍ପ୍ୟୁଟର ଥିବା ବେଳେ ୩୦ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ସକାଳେ ଆସି ଏଠାରେ କମ୍ପ୍ୟୁଟର ଶିଖିବେ । ପୋଲିସ ବିଭାଗର ଜଣେ କର୍ମଚାରୀ ସେମାନଙ୍କୁ କମ୍ପ୍ୟୁଟର ଶିଖାଇବେ ।

କମ୍ପ୍ୟୁଟର କ୍ଲାସରୁମ ଉଦଘାଟନ କରିବା ଅବସରରେ ଦକ୍ଷିଣାଂଚଳ ଡିଆଇଜି କହିଛନ୍ତି ଯେ, ଶିକ୍ଷା ମାଧ୍ୟମରେ ହିଁ ଅଞ୍ଚଳକୁ ଶାନ୍ତି ଫେରିବ । ଶିକ୍ଷା ମାଧ୍ୟମରେ ହିଁ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତକୁ ଫେରିବ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଛୋଟ ଛୋଟ ପିଲାଙ୍କୁ ସ୍କୁଲ ବ୍ୟାଗ ଓ ମହିଳାଙ୍କୁ ଶାଢି ଗାମୁଛା ବଣ୍ଟନ କରାଯାଇଥିଲା ।

Comments are closed.