ଛତିଶଗଡରେ ମହାନଦୀ ଟ୍ରିବ୍ୟୁନାଲ ଟିମର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ 

ସମ୍ବଲପୁର: ମହାନଦୀ ଜଳ ବିବାଦ ମାମଲାର ତଦନ୍ତ କରୁଥିବା ଟ୍ରିବ୍ୟୁନାଲ ଟିମ ଆଜିଠାରୁ ତାର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ କରିଛି। ଗତକାଲି ରାୟପୁରରେ ଟ୍ରିବ୍ୟୁନାଲ ଟିମ ସହ ଉଭୟ ରାଜ୍ୟର ପ୍ରତିନିଧି ଏକାଠି ହୋଇଥିଲେ। ଆଉ ଆଜି ଠାରୁ ବିଭିନ୍ନ ପ୍ରକଳ୍ପ ବୁଲି ଦେଖୁଛନ୍ତି। ଆଜି ପ୍ରଥମ ଦିନରେ ଶିବରିନାରାୟଣ ବ୍ୟାରେଜ ସହ ମହାନଦୀ ଉପ ଅବବାହିକା ଅନୁଧ୍ୟାନ ଚାଲିଛି। ଆସନ୍ତାକାଲି ବିବାଦର ସୂତ୍ରପାତ କରିଥିବା ଅର୍ପା ନଦୀ ଏବଂ ଏହାର ଉପରେ ନିର୍ମିତ ଭୈସାଝର ବନ୍ଧ ପ୍ରକଳ୍ପ ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି।

ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏଏମ୍ ଖାନୱିଲକରଙ୍କ ନେତୃତ୍ବରେ ୩ଜଣିଆ ବିଚାରପତି, ଆସେସର୍, ଉଭୟ ରାଜ୍ୟର ଜଳସଂପଦ ବିଭାଗର ଅଧିକାରୀଙ୍କ ସମେତ ବିଶେଷଜ୍ଞ ଦଳ ଓ ଆଇନଜୀବୀ ମିଶି ପ୍ରାୟ ୫୦ ଜଣିଆ ଟିମ୍ ଅନୁଧ୍ୟାନରେ ସାମିଲ ଅଛନ୍ତି। ଆସନ୍ତା ୩ ତାରିଖରେ କଲମା ଏବଂ କେଲୋ ବନ୍ଧ ପରିଦର୍ଶନ ପରେ ଏହି ଗସ୍ତ ଶେଷ ହେବ।

Comments are closed.