ବ୍ରହ୍ମପୁର ଏସପିଙ୍କ ସାହାସିକତା 

ବ୍ରହ୍ମପୁର: ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା ସରୁଥିବାରୁ ତଥା ଛୁଟିଦିନ ଥିବାରୁ ରବିବାର ଦେଶୀବେହେରା ସାହିରେ ପ୍ରବଳ ଭିଡ଼ ଜମିଥିଲା। ଆଇନଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ସେଠାରେ ଉପସ୍ଥିତ ଥିଲେ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍। ତେବେ ଅଚାନକ ଗୋଟିଏ ଅମାନିଆ ଗାଈ ଭିଡ଼ ଭିତରକୁ ପଶି ଆସିଥିଲା। ତାକୁ ଦେଖି ଲୋକେ ହଡ଼ବଡ଼େଇ ଯାଇଥିଲେ। କାଳେ କାହାକୁ ଆକ୍ରମଣ କରିବ ସେହି ଭୟରେ ଆତଙ୍କିତ ହୋଇ ଉଠିଥିଲେ। ତେବେ ଅବସ୍ଥାର ଗମ୍ଭୀରତା ଜାଣି ନିଜେ ଏସପି ଉକ୍ତ ଗାଈର ଶିଙ୍ଗ ଧରି ତାକୁ ସାହାସିକତାର ସହ ଅଟକାଇଥିଲେ। ଫଳରେ ଗାଈଟା ଆଉ‌ ଭିଡ଼ ଆଡ଼କୁ ଯାଇପାରି ନଥିଲା। ପରେ ଏସପି ଗାଈର ଶିଙ୍ଗ, ଗଳା ଧରି ତାକୁ ଭିଡ଼ରୁ ବାହାରକୁ ବାଟ କଢ଼ାଇ ନେଲେ। ଫଳରେ ଶହ ଶହ ଭକ୍ତ ଶୃଙ୍ଖଳାର ସହ ଦେବୀ ଦର୍ଶନ କରି ପାରିଥିଲେ। କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇ ଥିଲା।

Comments are closed.