ଶୀତଳଷଷ୍ଠୀ ଯାତ୍ରା ପାଇଁ ବବିଙ୍କୁ ନିମନ୍ତ୍ରଣ ଦେଲେ କମିଟିର କର୍ମକର୍ତ୍ତା

ସମ୍ବଲପୁର : ସମ୍ବଲପୁରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ସମ୍ବଲପୁର ର ପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡ଼ା, ଝାଡୁଆପଡ଼ା ଓ ମୋଦିପଡ଼ାର ଉଦ୍ୟୋକ୍ତା, ପଡ଼ା ମୁରବି, ଯୁବ ସଂଗଠକ ଆଜି ଝାରସୁଗୁଡ଼ାରେ ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଭେଟିଛନ୍ତି। ଏହି ମହାନ ପର୍ବରେ ସାମିଲ ହେବାକୁ ନିମନ୍ତ୍ରଣ ଦେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ଦାସ ସେମାନଙ୍କ ଆମନ୍ତ୍ରଣକୁ ଗ୍ରହଣ କରିବା ସହ ପୁରାତନ ୩ଟି ଯାତ୍ରା କମିଟି ସହ ଅନ୍ୟ ୩ଟି ଯାତ୍ରା କମିଟି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ଅନୁଦାନ ନିମନ୍ତେ ଅନୁରୋଧ କରିବାକୁ ପ୍ରସ୍ତାବ ଦେବା ସହ ଏଦିଗରେ ସେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନା ସମୟରେ ବିଜୁ ଜନତା ଦଳ ର ବରିଷ୍ଠ ନେତା,ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.