ସମୁଦ୍ରରେ ଅଘଟଣ ପରେ ପୁରୀ ବେଳାଭୂମିରେ ଉଡିଲା ରେଡ୍ ଫ୍ଲାଗ 

ପୁରୀ – ଗତ ଦୁଇଦିନରେ ସମୁଦ୍ରରେ ବୁଡ଼ି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ସତର୍କତାମୂଳକ ପଦକ୍ଷେପ ନେଇଛି ପ୍ରଶାସନ। ଅଘଟଣ ଘଟିଥିବା ବେଳାଭୂମିର ସେକ୍ଟର ୧୩ରେ ରେଡ୍ ଫ୍ଲାଗ ଲଗାଯାଇଛି ।

ଏହାବାଦ ସେକ୍ଟର ୧୧,୧୨ ଓ ୧୪ରେ ବି ରେଡ୍ ଫ୍ଲାଗ ଲଗାଯାଇଛି । ଏହାଦ୍ୱାରା ପ୍ରଶାସନ ନିର୍ଦ୍ଦିଷ୍ଟ ଦୁର୍ଘଟଣା ଅଞ୍ଚଳ ଚିହ୍ନଟ କରି ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରିଛି । ଏବେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ସୁରକ୍ଷା ଦୃଷ୍ଟିରୁ ଏଭଳି ସତର୍କତା ଅବଲମ୍ବନ କରାଯାଇଛି ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।

Comments are closed.