ଅନୁଗୁଳ ବନ୍ତଳା ବନ୍ୟାଞ୍ଚଳରେ ପୁଣି ହାତୀ ଆକ୍ରମଣ, ଜଣେ ମହିଳା ମୃତ

ବନ୍ତଳା – ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳା ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗାଁ ବାସିନ୍ଦା ୫୭ ବର୍ଷିୟା ବିଜୁଳି ସାହୁ ବୋଲି ଜଣାପଡିଛି।
ବିଜୁଳି ସାହୁ ଆଜି ସକାଳ ପ୍ରାୟ ୫ଟା ବେଳକୁ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଛି।

Comments are closed.