ଅଦ୍ବିତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

ବ୍ରହ୍ମପୁର: ଇଣ୍ଡିଆନ୍‌ ଓସିନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଆଓ୍ବାର୍ଡ ସେରିମନୀରେ ପୁରସ୍କୃତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ ଅଦ୍ବିତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଦୁଇ ଯୁବ ପ୍ରତିଭା କ୍ରିଷ୍ଣା ଡି.କେ. ଏବଂ ସିମାଞ୍ଚଳ ମହାରଣାଙ୍କୁ ଏହି ସଫଳତା ସକାଶେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ସେମାନେ ସିନେ କ୍ୟାରିଅରରେ ଅଧିକ ବଡ଼ ମାଇଲଖୁଣ୍ଟ ହାସଲ କରନ୍ତୁ।

ଦୁହେଁ ନିଜ ସହଯୋଗୀଙ୍କ ସହ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭେଟିଛନ୍ତି। କ୍ରିଷ୍ଣା ଓ ସିମାଞ୍ଚଳ ପୂର୍ବ ଆଫ୍ରିକୀୟ ଦେଶ ମରିସସ୍‌ରେ ଗତ ମାସ ୨୮ ତାରିଖରେ ଅନୁଷ୍ଠିତ ଇଣ୍ଡିଆନ୍‌ ଓସିନ୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଆଓ୍ବାର୍ଡ ସେରିମନୀରେ ପୁରସ୍କୃତ ହୋଇଥିଲେ। ପ୍ରାମାଣିକ ଚଳଚ୍ଚିତ୍ର ‘ଅଦ୍ବିତୀୟ” ସକାଶେ କ୍ରିଷ୍ଣା ଓ ସିମାଞ୍ଚଳ ଯଥାକ୍ରମେ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ୍‌ ମେକର୍‌ ଓ ବେଷ୍ଟ ଫିଲ୍ମ୍‌ ଷ୍ଟୋରୀ ରାଇଟର୍‌ ପୁରସ୍କାର ହାସଲ କରିଥିଲେ। ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ବିଷବୟବସ୍ତ ଆସିକା ଥାନା ଉପରେ ଆଧାରିତ ଥିଲା। ୨୦୨୨ ମସିହାରେ ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେବା ପର୍ଯ୍ୟନ୍ତ ଆସିକା ଥାନାର ଗୌରବମୟ ଯାତ୍ରା ଉପରେ ଏହା ଆଧାରିତ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର ବେଳେ ଦୁହିଁଙ୍କ ସହଯୋଗୀ ଇ.ସଞ୍ଚିତା ପାତ୍ର, କାଜଲ ବେହେରା, ନୃତ୍ୟମ୍‌ ସଭାପତି ନୀଳମଣି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.