ସମ୍ବଲପୁର: ପଥରରେ ଛେଚି ସ୍ତ୍ରୀକୁ ସ୍ବାମୀର ନିର୍ମମ ହତ୍ୟା

ସମ୍ବଲପୁର: ନିଜ ସ୍ତ୍ରୀକୁ ପଥରରେ ଛେଚି ନିର୍ମମ ହତ୍ୟା କରିଛି ସ୍ବାମୀ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ଜମନକିରା ଥାନା ନୂଆଡିହି ଗାଁରେ।
ଜମନକିରା ଥାନା ନୁଆଁଡିହି ଗ୍ରାମର ସ୍ୱାମୀ ସନାତନ ଧରୁଆ ସ୍ତ୍ରୀ ପୁଷ୍ପା ଧରୁଆକୁ ପଥରରେ ଛେଚି ହତ୍ୟା କରିଛି l ହତ୍ୟା ର କାରଣ ସମ୍ପୂର୍ଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପାରିବାରିକ ଗଣ୍ଡଗୋଳ ରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ରୋଷେଇ କରିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟ୍ୟରେ ପାଟିତୁଣ୍ଡ ହୋଇଥିଲା l ଘଟଣା ସ୍ଥଳରେ ଜମନକିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ସନାତନ କୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ l

Comments are closed.