ବାବା କେଦାରନାଥଙ୍କ ରହସ୍ୟ 

ବାବା କେଦାରନାଥଙ୍କ ଅପାର ମହିମା ଏବେ ଚାରିଆଡ଼େ ବିଦିତ। କେଦାରନାଥଙ୍କ ଅଲୌକିକ କାହାଣୀ ଊଣା ଅଧିକେ ଜଣାଅଛି। କିନ୍ତୁ ପ୍ରକୃତ ଘଟଣା ହୁଏତ ଅନେକ ଜାଣି ନଥିବେ । ଏହାର ମୂଳ ରହସ୍ୟ ହେଉଛି ପାଣ୍ଡବ ପାଞ୍ଚଭାଇ କୌରବ ଯୁଦ୍ଧରେ ନିଜର ଭାଇମାନଙ୍କୁ ମାରିବା ଯୋଗୁ ସେମାନଙ୍କୁ ଭାତ୍ରୁ ହତ୍ୟାର ଦୋଷ ଲାଗିଥିଲା । ଯାହାର ପ୍ରତିକାର କେବଳ ବାବା ଭୋଲେନାଥଙ୍କ ଦ୍ୱାରା ହିଁ ହୋଇପାରିବ । କିନ୍ତୁ ବାବା ସେମାନଙ୍କୁ ଦର୍ଶନ ଦେବାକୁ ଚାହୁଁନଥିଲେ ।

ବାବା ଲୁଚିଛପି ରହୁଥିଲେ । ଯେତେବେଳ ପାଣ୍ଡବ ମାନେ ବାବା ଭୋଲେନାଥଙ୍କ ସନ୍ଧାନେରେ ଦେବ ଭୂମିକୁ ଆସିଥିଲେ ସେତେବେଳେ ଭୋଲେନାଥ ଗୁପ୍ତକାଶୀରେ ଦେଖାଦେଇ ଅଦୃଶ୍ୟ ହୋଇଯାଇ ଥିଲେ । ଭୋଲେନାଥ ଏକ ବଳଦ ରୂପ ନେଇ କେଦାରନାଥକୁ ଆସି ବଳଦ ପଲରେ ପ୍ରବେଶ କରିଥିଲେ । ଯେପରିକି ପାଣ୍ଡବମାନେ ତାଙ୍କୁ ଆଉ ଚିହ୍ନି ପାରି ନଥିଲେ । ଭୀମ ଏକ ବିଶାଳ ରୂପ ନେଇ ସମସ୍ତ ବଳଦଙ୍କୁ ତାଙ୍କ ପାଦତଳ ଦେଇ ବାହାରକୁ ଆସିବାକୁ କହିଥିଲେ । କିନ୍ତୁ ସବୁ ବଳଦ ବାହାରି ଗଲେ ହେଲେ ଭୋଲେନାଥ କିପରି ବାହାରିପାରିଥା’ନ୍ତେ । ତେଣୁ ସେମାନଙ୍କୁ ଦର୍ଶନ ନଦେବା ପାଇଁ ବଳଦ ରୂପୀ ଭୋଲେନାଥ ମାଟି ତଳେ ଛପିବାକୁ ଉଦ୍ୟମ କରିଥିଲେ ।

ଏଥିରେ ଭୀମ ତାଙ୍କ ଲାଞ୍ଜକୁ ଧରି ପକାଇଥିଲେ । ମାଟିତଳେ ପସିଥିବା ବଳଦ ରୂପୀ ବାବା କେଦାର ୫ଟି ସ୍ଥାନରେ ପଞ୍ଚ କେଦାର ଭାବରେ ଆର୍ବିାଭାବ ହେଲେ । ଯାହାକୁ ପଞ୍ଚ କେଦାର କୁହାଯାଉଛି ।ଏହାର ଷଷ୍ଠ ଭାଗ ନେପାଳର ପଶୁପତି ନାଥ ଠାରେ ବାହାରିଲେ । ବାବା ଭୋଲେନାଥ ପାଣ୍ଡବଙ୍କୁ ଦର୍ଶନ ଦେଲେ ଓ ଭାତ୍ରୁ ହତ୍ୟା ଦୋଶରୁ ମୁକ୍ତ କରିଥିଲେ । ଏହି ୫ କେଦାର- କେଦାରନାଥ, ତୁଙ୍ଗନାଥ, ମଧ୍ୟମମହେଶ୍ୱର, ରୁଦ୍ରନାଥ, କଳ୍ପେଶ୍ୱର ମନ୍ଦିର ହଜାର ହଜାର ବର୍ଷ ପୁରୁଣା ।

ଏହି ସବୁ ମନ୍ଦିର ସହ ଏଠାକାର ରାସ୍ତାକୁ ଦେଖିଲେ ଭାବନ୍ତୁ ଏଭଳି ଦୁର୍ଗମ ଅଞ୍ଚଳରେ କିଏ ଏଭଳି ପଥର ଆଣି ଏପରି ସୁନ୍ଦର କାରୁକାର୍ଯ୍ୟ ଖଚିତ ଏହି ମନ୍ଦିର ନିର୍ମାଣ କରିଥିବେ । ୪ ହଜାର ବର୍ଷ ଧରି ଏହି ସବୁ ମନ୍ଦିର ବରଫ ତଳେ ପୋତି ହୋଇ ରହିଥିଲା । ୨୦୧୩ର ବିପର୍ଯ୍ୟୟ ହେତୁ କିଛି କ୍ଷତି ମଧ୍ୟ ହୋଇନଥିଲା । ସେଥିପାଇଁ କୁହାଯାଏ ତୁମେ ଆରମ୍ଭ ଓ ତୁମେ ଶେଷ ତୁମେ ବାବା ଭୋଲେନାଥ କେଦାର ।

Comments are closed.