ଲଗାତର ଦ୍ଵିତୀୟ ଦିନ ତାତି କରୁଛି କଲବଲ, ସକାଳ ୮ଟା ସୁଦ୍ଧା ଭୁବନେଶ୍ବରରରେ ପାରଦ ୩୨ .୬ ଡିଗ୍ରୀ ସେଲସିୟସ

ଭୁବନେଶ୍ବର- ଲଗାତର ଦ୍ୱିତୀୟ ଦିନ ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ପ୍ରବଳ ଖରା ଓ ଗୁଳୁଗୁଳିରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ । ରାଜଧାନୀ ଭୁବନେଶ୍ଵରରେ ଆଜି ମଧ୍ୟ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ଅନୁଭୂତ ହୋଇଛି । ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ୭୯ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀରେ ପୂର୍ବାହ୍ନ ୮ଟା ପରେ ଓ ଅପରାହ୍ନ ୩ଟା ପୂର୍ବରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି।

ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ ତାପମାତ୍ର କମ୍ ରହିଥିବା ବେଳେ ଗତକାଲିଠାରୁ ପୁଣି ପ୍ରବଳ ଗରମ ଅନୁଭୂତ ହେଉଛି।

Comments are closed.