ପଶ୍ଚିମବଙ୍ଗ ସରକାରଙ୍କ ବ୍ୟାନ୍ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ ‘ଦି କେରଳ ଷ୍ଟୋରି’ର ନିର୍ମାତା

ନୂଆଦିଲ୍ଲୀ: ‘ଦି କେରଳ ଷ୍ଟୋରି’କୁ ବ୍ୟାନ୍ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏହି ଚଳଚ୍ଚିତ୍ରର ନିର୍ମାତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି।

‘ଦି କେରଳ ଷ୍ଟୋରି’ ନିର୍ମାତାଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ପ୍ରଧାନ ବିଚାରପତିଙ୍କ ନିକଟରେ ଏହି ମାମଲା ଉପସ୍ଥାପନ କରି ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ । ତେବେ ସର୍ବୋଚ୍ଚ ନ୍ୟାୟାଳୟ ମେ ୧୫ରେ ଏହି ମାମଲାର ଶୁଣାଣି କରିବେ ବୋଲି କହିଥିଲେ । ଏବଂ ସେହି ଦିନ ମଧ୍ୟ ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ପାଇଁ ମନା କରିଥିବା କେରଳ ହାଇକୋର୍ଟ ରାୟ ବିରୋଧରେ ପିଟିସନର ବି ଶୁଣାଣି ହେବ ।

ତେବେ ଫିଲ୍ମକୁ ବ୍ୟାନ୍ କରିବା ଦ୍ବାରା ସେମାନଙ୍କୁ ପ୍ରତିଦିନ ଆର୍ଥିକ କ୍ଷତି ସହିବାକୁ ପଡୁଛି ବୋଲି ‘ଦି କେରଳ ଷ୍ଟୋରି’ ନିର୍ମାତା କହିବା ପରେ ସୁପ୍ରିମକୋର୍ଟ ଆସନ୍ତା ୧୨ରେ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

Comments are closed.