କମିପାରେ ମତଦାନ ହାର, ମଧ୍ଯାହ୍ନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ 

ଝାରସୁଗୁଡ଼ା: ହ୍ରାସ ପାଇପାରେ ଝାରସୁଗୁଡ଼ା ଉପ ନିର୍ବାଚନ ମତଦାନ ହାର। ମଧ୍ଯାହ୍ନ ଗୋଟାଏ ସୁଦ୍ଧା ମାତ୍ର ୪୬.୨୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଫିସ ସୂତ୍ରରୁ ଜଣାପଡିଛି। ସବୁ ୨୫୩ ବୁଥରେ ପ୍ରବଳ ଖରାକୁ ଦେଖି ବ୍ୟାପକ ବ୍ୟବସ୍ଥା ହୋଇଥିଲେ ହେଁ ମତଦାନ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ହୋଇପାରିନାହିଁ। ସାଧାରଣତଃ ଉପ ନିର୍ବାଚନରେ ମତଦାନ ହାର ୮୦ ପ୍ରତିଶତ ଅତିକ୍ରମ କରିବାର ନଜିର ରହିଥିବା ବେଳେ ଏଠାରେ ଅତି ବେଶୀରେ ୭୦ ପ୍ରତିଶତରେ ସୀମିତ ରହିବାର ଆଶା କରାଯାଉଛି। ଅବଶ୍ଯ ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ସମୟ ରହିଥିବାରୁ ଅପରାହ୍ନ ପରେ ଭୋଟଦାତାଙ୍କ ସଂଖ୍ୟା ବଢିବାର ଆଶା କରାଯାଉଛି।

Comments are closed.