ଏଟିଏମ ଟଙ୍କା ଲୋଡିଂ ଭ୍ୟାନ ଅପରହରଣ ଓ ଲୁଟ୍ ଘଟଣାରେ ଡ୍ରାଇଭର ମୁଖ୍ୟ କାର୍ପଟଦାର

ବ୍ରହ୍ମପୁର : ବଡବଜାର ଆସ୍କା ରୋଡ୍ ସ୍ଥିତ ଏକ ବ୍ୟାଙ୍କ୍ ସାମନାରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ଅପହରଣ ଓ ଲୁଟ୍‌ର ପର୍ଦ୍ଦାଫାସ କରିଛି ପୋଲିସ । ଟଙ୍କା ଲୋଡିଂ ଭ୍ୟାନର ଡ୍ରାଇଭର ଆଶିଷ ଦିଗାଲ ହିଁ ଘଟଣାର ମୁଖ୍ୟ କାର୍ପଟଦାର ବୋଲି ପୋଲିସ କହିଛି । ଡ୍ରାଇଭର ଓ ଅନ୍ୟ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କଠାରୁ ଲୁଟ୍ ଟଙ୍କା ମଧ୍ୟ ଜବତ କରାଯାଇଛି । ଗତ ୧୮ ତାରିଖରେ ଆକ୍ସିସ ବ୍ୟାଙ୍କ୍ ଆଗରୁ ଏଟିଏମ୍ ଟଙ୍କା ଲୋଡିଂ ଭ୍ୟାନ୍ ସହ ଡ୍ରାଇଭରକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଭ୍ୟାନରେ ୨୪ ଲକ୍ଷ ଟଙ୍କା ଥିଲା । ପରେ ଅଚେତ ଅବସ୍ଥାରେ ଡ୍ରାଇଭରକୁ ସୋରଳ ନିକଟରୁ ଉଦ୍ଧାର କରିଥିଲା ପୋଲିସ । ତାକୁ ଅପହରଣ କରାଯାଇଥିବା ନେଇ ସେ ପୋଲିସକୁ କହିଥିଲେ ମଧ୍ୟ ଖୋଳତାଡରୁ ସେ ନିଜେ ଅପହରଣ ନାଟକ ରଚିଥିଲା ବୋଲି ଜଣାପଡିଛି ।

Comments are closed.