କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଙ୍କ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାର ଧମା ରେଞ୍ଜ ଧନବାହାଲି ଫଡ଼ି ଠାରେ କେନ୍ଦୁଲିଫ ୱେଲଫେଆର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଙ୍କ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଲିଫ ୱେଲଫେଆର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଙ୍କ ଉପସ୍ଥିତି ରେ ଆଜି ଧନବାହାଲି ଠାରେ ଶତାଧିକ ତୋଳାଳୀ ଏବଂ କର୍ମଚାରୀ ଙ୍କ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଗତ ନଭେମ୍ବର ମାସ ଏବଂ ଚଳିତ ମେ ମାସରେ ଦୁଇଟି ପର୍ଯ୍ୟାୟ ରେ ମୋଟ ତୋଳାଳୀ ଙ୍କୁ ଦୁଇ ହଜାର, କର୍ମଚାରୀ ଙ୍କୁ ତିନି ହଜାର ଟଙ୍କା ପ୍ରଦାନ କରାଯିବା ବିଷୟରେ ଆଲୋଚନା ସହ ସମସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ଟଙ୍କା ଆସିଥିବା କଥା ତୋଳାଳୀ ମାନେ ସଚେତନ ବୋଲି ପ୍ରକାଶ କରିଥିଲେ। ତୋଳାଳୀ ଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ, ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୂକ୍ତ କରିବା ପାଇଁ ଦୁଇ ହଜାର କେରି କୁ ହଜାରେ କେରି କରିବା, ମୃତ୍ୟୁ ସହାୟତାକୁ ଏକ ଲକ୍ଷ୍ୟ ରୁ ଦୁଇ ଲକ୍ଷ୍ୟ ଟଙ୍କା କରିବା, ଛାତ୍ର ବୃତ୍ତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ବିଷୟରେ ଆଲୋକପାତ କରିବା ସହ ଭଲ ମାନର ପତ୍ର ଫଡ଼ି ରେ ଦେବାପାଇଁ ତୋଳାଳୀ ମାନଙ୍କୁ ଅନୁରୋଧ କରାଯାଇଥିଲା।

ତୋଳାଳୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ଗୀତ ନାଚ ମାଧ୍ୟମରେ ସ୍ବାଗତ କରାଯାଇଥିଲା। ଏହି ସଭାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଉପସଭାପତି ଗୋକୁଳ ମେହେର, ରେଞ୍ଜର ସଞ୍ଜୟ ପ୍ରଧାନ, ରେଞ୍ଜ ସମ୍ପାଦକ ରମେଶ ମାହାର, ଛାତ୍ର ନେତା ସୁମିତ ପଟେଲ, ଯୁବ ନେତା ଆକାଶ ଦୀକ୍ଷିତ, ପ୍ରଶାନ୍ତ ଦୀପ ଯୁଗ୍ମ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାକୁ ଫରେଷ୍ଟର ରନ ବିଡା ସଭାପତିତ୍ଵ କରିଥିଲେ।

Comments are closed.