ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଜୁନିଅର ଷ୍ଟେନୋଗ୍ରାଫର

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଫସିଲେ ନୟାଗଡ଼ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ର । ଜଣେ ଶିକ୍ଷକଙ୍କଠାରୁ ୪୮ ହଜାର ଲାଞ୍ଚ ଟଙ୍କା ନେବାବେଳେ ସେ ଧରାପଡ଼ିଛନ୍ତି । ପରମାନେଣ୍ଟ ରିଟାୟରମେଣ୍ଟ ଆକାଉଣ୍ଟନ ନମ୍ବର- ପିଆରଏଏନ ଖୋଲିଦେବାକୁ ୧୬୧ ୪୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଦୁର୍ଗାପ୍ରସାଦ । ଅଭିଯୋଗ ହେଲା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଲାଞ୍ଚ ଅର୍ଥକୁ ଜବତ କରାଯାଇଛି । ଏହି ମାମଲାରେ ଦୁର୍ଗାପ୍ରସାଦଙ୍କ ବିରୋଧରେ ଦୁଇଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

Comments are closed.