ଝାରସୁଗୁଡ଼ା ଉପନିର୍ବାଚନ: ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ଦୀପାଳି ୧୮ ହଜାରରୁ ଅଧିକ ଭୋଟରେ ଆଗୁଆ

ଝାରସୁଗୁଡ଼ା – ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଛି । ସପ୍ତମ ରାଉଣ୍ଡ ଗଣତି ଶେଷ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବେଶ ଆଗରେ ଅଛନ୍ତି । ଦୀପାଳି ୧୮ ହଜାର ୨୪୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ । ସପ୍ତମ ରାଉଣ୍ଡରେ ବିଜେଡି ୪ ହଜାର ୬୧୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୨ ହଜାର ୧୧୬ ଖଣ୍ଡ ଭୋଟ୍‌ । କଂଗ୍ରେସ ଖାତାକୁ ଯାଇଛି ମାତ୍ର ୪୨୦ ଖଣ୍ଡ ଭୋଟ୍‌ ।ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଗତ ୧୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଏଥର ମତଦାନ ହାର ୭୯ ଦଶମିକ ୨୧ ପ୍ରତିଶତ ରହିଥିଲା ।

Comments are closed.