୧୩ ରାଉଣ୍ଡ ସୁଦ୍ଧା ଦୀପାଳି ୩୪ ହଜାରରୁ ଅଧିକ ଭୋଟରେ ଆଗୁଆ

ଝାରସୁଗୁଡ଼ା – ଝାରସୁଗୁଡ଼ା ଉପନିର୍ବାଚନର ବିଜେଡି ପ୍ରାର୍ଥୀ ତଥା ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ବୃହତ ବିଜୟ ଆଡେ ଅଗ୍ରସର ହେଉଛନ୍ତି । ଭୋଟ ଗଣତିର ୧୩ ରାଉଣ୍ଡ ଶେଷ ସୁଦ୍ଧା ଦୀପାଳି ୩୪ ହଜାର ୨୯୫ ଭୋଟରେ ଆଗୁଆ ଅଛନ୍ତି । ଗଣତିର ୧୩ ରାଉଣ୍ଡ ଶେଷରେ ବିଜେଡି ୫ ହଜାର ୮୬୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପାଇଛି ୩ ହଜାର ୫୩ ଖଣ୍ଡ ଭୋଟ୍‌ । କଂଗ୍ରେସ ଖାତାକୁ ଯାଇଛି ମାତ୍ର ୧୯୫ ଖଣ୍ଡ ଭୋଟ୍‌ । ଅନ୍ୟମାନେ ୪୩୬ ଭୋଟ ହୋଇଛନ୍ତି।

Comments are closed.