ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ଓଡ଼ିଶା : ଜଳିଲା ପଶ୍ଚିମ, ୪୪ ଦଶମିକ ୪ ଡିଗ୍ରୀ ସହ ବଲାଙ୍ଗୀର ଉତ୍ତପ୍ତ ସହର 

ଭୁବନେଶ୍ୱର – ରାଜ୍ୟରେ ଆଜି ଥିଲା ଆଉ ଏକ ଉତ୍ତପ୍ତ ଦିନ । ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସିଝୁଛି ଓଡ଼ିଶା । ବିଶେଷକରି ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୫ଟି ସହରର ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଛି। ଏଠାରେ ତାପମାତ୍ରା ୪୪ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ୪୪, ଝାରସୁଗୁଡ଼ାରେ ୪୩.୬, ଭବାନୀପାଟଣା ୪୩.୫,

ବୌଦ୍ଧରେ ୪୨.୯, ସମ୍ବଲପୁର, ସୋନପୁର ଓ ମାଲକାନଗିରିରେ ୪୨.୮, ଅନୁଗୁଳରେ ୪୨.୭, ସୁନ୍ଦରଗଡ଼ରେ ୪୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ଥିଲା ୩୮ ଦଶମିକ ୪ ଡିଗ୍ରୀ ସେଲସିୟସ।

Comments are closed.