ଆଫଗାନିସ୍ତାନ ସଙ୍କଟ: ଫେରିଲେ ଆଉ ୧୩୫ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାର ପ୍ରକ୍ରିୟା ଜାରି ରହିଛି। ଆଜି କାବୁଲରୁ ଆଉ ୧୦୪ ଜଣଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛି। ବିମାନଟି ସକାଳ ୫:୧୦ରେ ଦିଲ୍ଲୀରେ ପହଞ୍ଚିଥିଲା ଏହାପୂର୍ବରୁ କାଲି ବିଳମ୍ବିତ ରାତିରେ ଦୋହା ଦେଇ ୩୧ ଜଣ ଲୋକ ଦିଲ୍ଲୀରେ ପହଞ୍ଚିଛନ୍ତି। ରାତି ପ୍ରାୟ ୨ଟା ସମୟରେ କାତାର ଏୟାରୱେଜ୍ ମାଧ୍ୟମରେ ୩୦ ଜଣ ଲୋକ ପହଞ୍ଚିଥିବାବେଳେ ସକାଳ ୩ଟାରେ ଏୟାର ଇଣ୍ଡିଆ ବିମାନ ଯୋଗେ ଜଣେ ନାଗରିକ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବାର ଖବର ମଧ୍ୟ ରହିଛି। ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦୋହା ଦେଇ ୧୩୫ ଲୋକ ଫେରିଛନ୍ତି |

ଆମେରିକା, କାତାର, ତାଜିକିସ୍ତାନ ଏବଂ ଅନ୍ୟାନ୍ୟ ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ସମନ୍ୱୟ ରକ୍ଷା କରି ଆଫଗାନିସ୍ତାନରୁ ଲୋକଙ୍କୁ ଫେରାଇ ଆଣିବା ପାଇଁ ଭାରତ ଅଭିଯାନ ଜାରି ରଖିଛି। ।

Comments are closed.