ଜିଏସଟି ଫାଙ୍କିବା ଅଭିଯୋଗ, ତ୍ରିମୂର୍ତି ଏଣ୍ଟରପ୍ରାଇଜେସ୍ ଉପରେ ଚଢ଼ାଉ

ବଲାଙ୍ଗୀର ୨୨।୫ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତ୍ରିମୂର୍ତ୍ତି ଇଣ୍ଟରପ୍ରାଇଜେସ୍ ନାମକ ସାନିଟାରୀ ଦୋକାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ ବଲାଙ୍ଗୀର ଜିଏସଟି ବିଭାଗ ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଛି ।

ବଲାଙ୍ଗୀର ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ୧୨ ଜଣିଆ ଟିମ୍ ଦୋକାନ ଏବଂ ଘରେ ଏକକାଳୀନ ଚଢାଉ କରିଥିଲେ । କାଗଜପତ୍ର ଏବଂ ଷ୍ଟକ ଯାଞ୍ଚ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଲାପଟପ୍ ଜବତ କରିଛି ଜିଏସଟି ଟିମ୍ । ଦୋକାନ ମାଲିକ ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ଆସିଥିଲା । ତେଣୁ ଚଢାଉ କରାଯାଉଥିବା ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ାଉରେ ଜିଏସଟି ଅଫିସର ରାଜେନ୍ଦ୍ର ନାଏକ, ଆସିଷ୍ଟାଣ୍ଡ ଜିଏସଟି ଅଫିସର ଜିତେନ୍ଦ୍ରୀୟ ବାଗ, ସରୋଜ ବେରିହା, ଶରତ ସେଠ, କ୍ଷୀରୋଦ ମାଝୀ ପ୍ରମୁଖ ସାମିଲ ଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ରିଜର୍ଭ ପୋଲିସ ମୁତୟନ ହୋଇଥିଲେ ।

Comments are closed.