ରାଜ୍ୟରେ ପ୍ରବଳ ଗରମ : ୪୦ ଡିଗ୍ରୀ ସେଲସିୟସ ଉପରେ ୨୨ ସହରର ତାପମାତ୍ରା , ବଲାଙ୍ଗୀର ସବୁଠୁ ଉତ୍ତପ୍ତ 

ଭୁବନେଶ୍ବର -ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳୁନାହିଁ । ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଛି । ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ରାଜ୍ୟର ୨୨ ସହରର ତାପମାତ୍ରା। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଏଭଳି ସ୍ଥିତି ଆଉ କିଛି ଦିନ ଜାରି ରହିବ।

ଆଜି ରାଜ୍ୟରେ ସବୁଠାରୁ ଉତ୍ତପ୍ତ ସହର ଥିଲା ବଲାଙ୍ଗୀର । ଏଠାରେ ଆଜିର ଦିନ ତାପମାତ୍ରା ୪୩.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୨.୯, ଝାରସୁଗୁଡ଼ାରେ ୪୨.୮, ସୋନପୁର ୪୨.୬, ଭୁବନେଶ୍ବରରେ ୪୨.୬, ବରଗଡ଼ରେ ୪୨.୪, ହୀରାକୁଦରେ ୪୨.୧, ବାରିପଦାରେ ୪୨, ସୁନ୍ଦରଗଡ଼ ଓ ତାଳଚେରରେ ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ବରଗଡ଼ରେ ୪୨.୪, ହୀରାକୁଦରେ ୪୨.୧, ବାରିପଦାରେ ୪୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.