୨୭ରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆସନ୍ତା ୨୭ ତାରିଖରେ ନୀତି ଆୟୋଗ ବୈଠକ ଦିଲ୍ଲୀରେ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବେ । ଏଥର ମଧ୍ୟ ନୀତି ଆୟୋଗ ବୈଠକରେ ଓଡ଼ିଶା ପାଇଁ ରାଜ୍ୟ ପାହ୍ୟା ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ। ଏଥିସହ ସ୍ୱତନ୍ତ୍ର ପ୍ୟାକେଜ, ଡିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଦାବି ରଖିବେ ମୁଖ୍ୟମନ୍ତ୍ରୀ।
ଟେଲି କମ୍ୟୁନିକେସନ ସୁବିଧା ନେଇ ମଧ୍ୟ ଦାବି ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ସହରରେ ୫ଜି ସେବା ଥିବା ବେଳେ ଗାଁରେ ୨ଜି କାମ କରୁନି। ଏହାକୁ ଥ୍ରୀଜି କିମ୍ବା ଫୋର-ଜି କରିବାକୁ ନବୀନ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ। ରାଜ୍ୟ ସରକାର ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି।

Comments are closed.