ଛତ୍ରପୁର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଛତ୍ରପୁର – ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କୁମାରବେଗପଲି ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏଥିପାଇଁ ସେହି ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳ ୯ଟା ୨୦ରେ ଏକ ମାଲବାହୀ ଟ୍ରେନର ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ଏଥିପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଏଥିଲାଗି ଭୁବନେଶ୍ବର ପଟୁ ଆସୁଥିବା ଟ୍ରନଗୁଡ଼ିକୁ ଛଡ଼ାଯାଉଥିଲା । ହେଲେ ବିପରୀତ ଦିଗରୁ ଆସୁଥିବା ଟ୍ରେନଗୁଡ଼ିକ ବାଟରେ ଅଟକା ଯାଇଥିଲା ।

Comments are closed.