ଭିଜିଲାନ୍ସ ଜାଲରେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ଓ ସମବାୟ ସମିତି ସମ୍ପାଦକ

ଭଦ୍ରକ- ଭିଜିଲାନ୍ସ ଜାଲରେ ଫସିଛନ୍ତି ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ୩ ଜଣିଆ ଭିଜିଲାନ୍ସ ଟିମ୍ । ସାମରାୟପୁରରେ ଥିବା ମଲ୍ଲିଲତାଙ୍କ ଘରେ ଚଢାଉ କରିଛି ଭିିଜିଲାନ୍ସ ।

ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ସମବାୟ ସମିତି ସଂପାଦକ ଗୌର ଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ।

Comments are closed.