ଆଫଗାନିସ୍ତାନରୁ ଫେରିଲେ ଆଉ ୨୫ ଭାରତୀୟ, କାବୁଲରୁ ଅଣାଯାଇଥିବା ‘ଗୁରୁ ଗ୍ରନ୍ଥ ସାହିବ’ର ନକଲ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ୨୫ ଜଣ ଭାରତୀୟଙ୍କ ସମେତ ୭୮ ନାଗରିକ ଦେଶକୁ ଆସିଛନ୍ତି। ଶିଖ୍ ମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବର ତିନି ନକଲ ମଧ୍ୟ ଭାରତ ଅଣାଯାଇଛି। କେନ୍ଦ୍ର ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ଗୁରୁ ଗ୍ରନ୍ଥ ସାହିବର ନକଲ ଗ୍ରହଣ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେ ଗୁରୁ ଗ୍ରନ୍ଥ ସାହିବକୁ ମୁଣ୍ଡରେ ଧରି ବିମାନବନ୍ଦରରୁ ବାହାରିଥିଲେ।

ଦିଲ୍ଲୀ ବିମାନ ବନ୍ଦରରେ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଆଫଗାନିସ୍ତାନରୁ ଫେରି ଆସିଥିବା ଲୋକଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ପତାକା, ବ୍ୟାନର ଏବଂ ପୋଷ୍ଟର ଧରି ଆସିଛନ୍ତି। ଆଫଗାନିସ୍ତାନରୁ ଆସିଥିବା ଗୁରୁ ଗ୍ରନ୍ଥ ସାହିବଙ୍କର ଏହି ତିନୋଟି କପି ଦିଲ୍ଲୀର ନୂଆ ମହାବୀର ନଗର ଗୁରୁଦ୍ୱାରରେ ରଖାଯିବ।

ବିମାନ ବନ୍ଦରରେ ପହଞ୍ଚିଥିବା ହାର୍ଦ୍ଦିକ ପୁରୀ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି, ଯେଉଁ କାରଣରୁ ଆମ ଭାଇମାନଙ୍କୁ ସେଠାରୁ (ଆଫଗାନିସ୍ତାନ) ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିଛି। ବାକି ଲୋକଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମୁଁ ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.ମୁରଲୀଧରନଙ୍କୁ ଅଭିନନ୍ଦନ ଜଣାଉଛି।

ଆଜି ଆଉ କିଛି ଭାରତୀୟଙ୍କୁ ଏୟାର ଇଣ୍ଡିଆ ବିମାନ ମାଧ୍ୟମରେ ଦୁଶାନବେରୁ ଦିଲ୍ଲୀ ଅଣାଯାଇଛି। ଗତକାଲି ଏହି ଭାରତୀୟମାନଙ୍କୁ କାବୁଲରୁ ଦୁଶାନବେକୁ ନିଆଯାଇଥିଲା ଏବଂ ସେଠାରୁ ଭାରତ ଅଣାଯାଇଥିଲା। ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ପରିବାର ମଧ୍ୟ ଦୁଶାନବେର ଭାରତୀୟଙ୍କ ସହ ଭାରତ ଆସୁଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ପରେ ଭାରତୀୟ ସରକାରଙ୍କ ମିଶନ କାବୁଲ ମାଧ୍ୟମରେ ଭାରତୀୟମାନଙ୍କୁ ନିରନ୍ତର ଫେରାଇ ଆଣିବା ଅଭିଯାନ ଜାରି ରହିଛି ।

Comments are closed.