ସମଲେଇ ଯୋଜନାର ସମୀକ୍ଷା କଲେ ୫ଟି ସଚିବ, ଚଳିତ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଲକ୍ଷ୍ୟ

ସମ୍ବଲପୁର: ମାଁ ସମଲେଶ୍ବରୀଙ୍କ ପୀଠ ଏବଂ ଚତୁଃପାର୍ଶ୍ବର ଉନ୍ନତିକରଣ ପାଇଁ ଉଦ୍ଧିଷ୍ଟ ସମଲେଇ ଯୋଜନାର ଆଜି ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଆଜି ପୂର୍ବାହ୍ନରେ ଜମାଦାରପାଲି ବିମାନବନ୍ଦରରେ ଅବତରଣ କରି ସମଲେଶ୍ବରୀଙ୍କ ମନ୍ଦିରକୁ ଆସିଥିଲେ। ସେଠାରେ ଜିଲ୍ଲାପାଳ ଏବଂ ଅନ୍ଯ ପ୍ରଶାସନିକ ଅଧିକାରୀଙ୍କ ସମେତ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଂଜୟ ବାବୁ ସ୍ବାଗତ କରିଥିଲେ। ମନ୍ଦିର ଦର୍ଶନ ପରେ ସମଲେଇ ପ୍ରକଳ୍ପର ସମୀକ୍ଷା କରିଥିଲେ। ରିଂରୋଡ କଡରେ ମହାନଦୀ ଆଳତୀ କାମରୁ ଆରମ୍ଭ କରି ପାର୍କିଂ ଯାତ୍ରୀ ଭବନ, ଫୁଟପାଥ ଆଦି ପ୍ରତିଟି କାମର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ ସାରିବାକୁ ନିର୍ମାଣକାରୀ ସଂସ୍ଥା ଓବିସିସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ ଭକ୍ତ ମାନଙ୍କ ସହ ଆଲୋଚନା କରିବା ସହ ଲୋକଙ୍କ ଦାବିପତ୍ର ଗ୍ରହଣ କରିଥିଲେ।

Comments are closed.