ଦିବଂଗତ ନବ ଦାସଙ୍କ ମାତା ବିଷ୍ଣୁପ୍ରିୟାଙ୍କ ବିୟୋଗ

ସମ୍ବଲପୁର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ମାତା ବିଷ୍ଣୁପ୍ରିୟାଙ୍କ ଆଜି ପୂର୍ବାହ୍ନରେ ମୁଦିପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହେଉଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ଯ ଜନିତ ରୋଗରେ ପୀଡ଼ିତ ଥିଲେ। ଜଣେ ପ୍ରତିଷ୍ଠିତ ପରିବାରର ହୋଇଥିଲେ ସୁଦ୍ଧା ସେ ଅତି ସାଧାରଣ ଜୀବନ ଅତିବାହିତ କରିବା ସହ ଅତ୍ୟନ୍ତ ଧର୍ମପରାୟଣା ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ବିଶିଷ୍ଟ ଲୋକଙ୍କ ସୁଅ ଛୁଟିଛି। ତାଙ୍କର ଚାରିପୁଅ ରାଜକିଶୋର, ନବକିଶୋର, ବ୍ରଜକିଶୋର, ଯୁଗଳକିଶୋର ଏବଂ ଏକମାତ୍ର ଝିଅ ଜ୍ୟୋତିମଂଜରୀଙ୍କ ମଧ୍ଯରୁ ନବଙ୍କ ଦେହାନ୍ତ ହୋଇ ସାରିଥିବା ବେଳେ ସ୍ବାମୀ ନରସିଂହଙ୍କ ସମେତ ଅନ୍ଯ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ନାତୁଣୀ ତଥା ନବଙ୍କ ଝିଅ ଦିପାଳୀ ବର୍ତ୍ତମାନ ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଅଛନ୍ତି। ଆଜି ସମ୍ବଲପୁରର ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଉଛି। ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।

Comments are closed.