ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ବର -ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅନ୍ୟ ଅଞ୍ଚଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଅନୁଭୂତ ହେଉଛି ରୌଦ୍ରତାପ । ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରର ପାରଦ ଏବେ ବି ଯଥେଷ୍ଟ ଉପରେ ରହିଛି। ମଙ୍ଗଳବାର ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସମ୍ବଲପୁରରେ ଆଜି ତାପମାତ୍ରା ଥିଲା ୪୩.୩ ଡିଗ୍ରୀ ସେଲସିୟସ । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ରାଜ୍ୟର ୧୨ଟି ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ଥିଲା । ବୌଦ୍ଧରେ ୪୨.୯ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୪, ହୀରାକୁଦରେ ୪୨.୨, ରାଉରକେଲା ଓ ବରଗଡ଼ରେ ୪୧.୬, ଟିଟିଲାଗଡ଼ରେ ୪୧.୫, ସୋନପୁରରେ ୪୧.୨, ସୁନ୍ଦରଗଡ଼ରେ ୪୦.୭, ଭବାନୀପାଟଣାରେ ୪୦.୫, ଯାଜପୁରରେ ୪୦.୫ ଓ ନୟାଡ଼ରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୮.୬ ଓ କଟକରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.