ରାଜ୍ୟ ପୋଲିସ ଗୃହନିର୍ମାଣ ନିଗମର ପୂର୍ବତନ ଡେପୁଟି ମ୍ୟାନେଜରଙ୍କ ସଂପତ୍ତି ଆଟାଚ

ଭୁବନେଶ୍ବର- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ୨୦୨୧ ମସିହାରେ ଗିରଫ ହୋଇଥିବା ରାଜ୍ୟ ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରତାପଙ୍କ ୧୧.୩୫ କୋଟିର ସଂପତ୍ତି ଆଟାଚ୍‌ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହା ହେଉଛି ସାମଲଙ୍କ ବିରୋଧରେ ଇଡିର ପ୍ରଥମ ପଦକ୍ଷେପ। ସୂଚନାଯୋଗ୍ୟ ଯେ, ୨୦୨୧ ନଭେମ୍ବର ୧୦ରେ ପ୍ରତାପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହାପରେ ପ୍ରତାପଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର ।

Comments are closed.