ଆଜି ରାତି ୧୦ରୁ ଆସନ୍ତାକାଲି ଅପରାହ୍ନ ସାଢେ ୨ଟା ଯାଏଁ ଶ୍ରୀଜୀଉମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ – ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଆଜି ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ରାତି ୧୦ଟାରୁ ଆସନ୍ତାକାଲି ( ଶନିବାର) ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶ୍ରୀ ବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.