ଦେଶଦ୍ରୋହ ଆଇନକୁ ଉଚ୍ଛେଦ ନ କରିବାକୁ ଆଇନ କମିଶନର ସୁପାରିସ

ନୂଆଦିଲ୍ଲୀ: ଦେଶଦ୍ରୋହ ଅପରାଧ ସହ ଜଡିତ ଦଣ୍ଡବିଧାନ ବ୍ୟବସ୍ଥାକୁ ଆଇନ କମିଶନ ସମର୍ଥନ କରିଛି । ଏହି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦେଶର ସୁରକ୍ଷା ତଥା ଅଖଣ୍ଡତା ଉପରେ ଗୁରୁତର ପ୍ରଭାବ ପକାଇପାରେ ବୋଲି କମିଶନ ଏହାର ରିପୋର୍ଟରେ କହିଛି ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ମେ, ୨୦୨୨ ନିର୍ଦ୍ଦେଶ ପରେ ଦେଶଦ୍ରୋହ ସହ ଜଡ଼ିତ ଆଇପିସି ଧାରା ୧୨୪-ଏ ଉପରେ ରୋକ୍ ଲଗାଯାଇଛି ।

ଆଇନ କମିଶନ କହିଛି ଯେ କେବଳ କେତେକ ଦେଶ ଏପରି କରିଛନ୍ତି ବୋଲି ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବା ତୃଣମୂଳ ସ୍ତରରେ ଭୟଙ୍କର ସ୍ଥିତି ପ୍ରତି ଆଖି ବୁଜିଦେବା ଭଳି ହେବ । ଦେଶଦ୍ରୋହ ଆଇନର ଅପବ୍ୟବହାରକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଏହାକୁ ବଜାୟ ରଖାଯାଇ ପାରିବ।

ଅପବ୍ୟବହାର ଅଭିଯୋଗ ମଧ୍ୟରେ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବା ପାଇଁ ଦାବି ହେଉଛି ।

ଆଇପିସିର ଧାରା ୧୨୪-ଏର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ଗାଇଡଲାଇନ୍ ଜାରି କରିବାକୁ ସରକାରଙ୍କୁ ପ୍ରଦାନ କରିଥିବା ରିପୋର୍ଟରେ ସୁପାରିସ କରିଛି ଆଇନ କମିଶନ ।

ଅପବ୍ୟବହାର ଅଭିଯୋଗ ଅର୍ଥ ନୁହେଁ ଯେ ଦେଶଦ୍ରୋହ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା ଉଚିତ୍। “ଉପନିବେଶୀୟ ଆଇନ” କହି ଏହାକୁ ପ୍ରତ୍ୟାହାର କରାଯିବା ଠିକ୍ ନୁହେଁ ବୋଲି କହିଛି ଆଇନ କମିଶନ ।

Comments are closed.