ଲାଞ୍ଚ ନେବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଧରିଲା ଭିଜିଲାନ୍ସ

ନୂଆପଡା – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଖଡିଆଳ ବ୍ଲକ୍ ବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୁଜନ କୁମାର ସାହୁ । ସର୍ଭିସ ବୁକ୍ ଅପଡେଟ କରିବା ପାଇଁ ନିଜ ସ୍କୁଲର ସହକାରୀ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ସ୍କୁଲ ଅଧ୍ୟକ୍ଷ । ଗତକାଲି ଅଧ୍ୟକ୍ଷ ସୁଜନ ସାହୁ ପ୍ରଥମ କିସ୍ତିରେ ରାମକୃଷ୍ଣ ପ୍ରଧାନଙ୍କଠାରୁ ୩ ହଜାର ଟଙ୍କା ନେଇଥିଲେ । ଆଜି ସେ ଆଉ ୪ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜାଲାନ୍ସ ତାଙ୍କୁ ଧରିଥିଲା ।

Comments are closed.