ବରଗଡ଼ରେ ଅଗ୍ନିକାଣ୍ଡ, ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଟେଣ୍ଟ ହାଉସ

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ରୋଡ଼ ପଧାନଟିକ୍ରା ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଟେଣ୍ଟହାଉସରେ ଆଜି ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ସମସ୍ତ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି । ଟେଣ୍ଟ ହାଉସରେ ଥିବା ଗ୍ୟାସ୍ ସିଲିଣ୍ଡର୍ ବିସ୍ପୋରଣ ଯୋଗୁଁ ନିଆଁ ଆହୁରି ବ୍ୟାପି ଯାଇଥିଲା। ଖବରପାଇ ଘଟଣା ସ୍ଥଳରେ ବରଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Comments are closed.