ବାହାନଗା ଟ୍ରେନ ଦୁର୍ଘଟଣା ପୀଡିତମାନଙ୍କ ସଂପର୍କରେ ସୂଚନା ପାଇଁ ବିଏମସିର ହେଲ୍ପଲାଇନ ନମ୍ୱର

ଭୁବନେଶ୍ବର- ବାହାନଗା ଟ୍ରେନ ଦୁର୍ଘଟଣା ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲକୁ ନିଆଯାଇଛି । ଆଜି ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୬୦ ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ହସ୍ପିଟାଲରେ ଥିବା ମୃତଦେହ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି ।

ଏହାକୁ ଦୃଷ୍ଟିରେ ଭୁବନେଶ୍ବର ମହାନଗର ନିଗମ- ବିଏମସି ରେଳ ଦୁର୍ଘଟଣାରେ ମୃତଦେହ ସମ୍ପର୍କରେ ଜାଣିବା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛି । ୧୮୦୦୩୪୫୦୦୬୧ ବା ୧୯୨୯କୁ ଫୋନ କରି ସଂପର୍କୀୟମାନେ ମୃତ ଦେହ କେଉଁଠି ରଖାଯାଇଛି ତାହା ଜାଣିପାରିବେ । ୫ ଜଣ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ବି ପରିବାର ଲୋକେ ନିଜ ସଂପର୍କୀୟଙ୍କ ବାବଦରେ ସୂଚନା ପାଇପାରିବେ।

ନୋଡାଲ ଅଫିସର ଓ ସେମାନଙ୍କୁ ଯୋଗାଯୋଗ ପାଇଁ ଫୋନ ନମ୍ବର ହେଲା –

୧. ରାଜେଶ ପ୍ରଧାନ: ୬୩୭୦୯୪୬୨୮୭
୨. ଆଶିଷ ପାତ୍ର: ୭୯୭୮୦୯୫୨୯୩
୩. ଦେବାଶିଷ ମିଶ୍ର: ୬୩୭୦୫୮୫୨୨୧
୪.ଦୀପକ କୁମାର ରାଉତ:୮୨୪୯୨୧୭୪୧୫
୫. ସନ୍ଦୀପ ମହାରଣା : ୮୮୪୭୮୨୨୫୫୯

Comments are closed.