ଓଡ଼ିଶା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କଲା ରେଲଓ୍ବେ ବୋର୍ଡ

ବାଲେଶ୍ବର: ଓଡିଶାରେ ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛି‌ ରେଲଓ୍ବେ ବୋର୍ଡ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଏହି ସୂଚନା ଦେଇଛନ୍ତି ‌‌ । ସେ କହିଛନ୍ତି ଏପର୍ଯ୍ୟନ୍ତ‌ ମିଳିଥିବା ସୂଚନା ଆଧାରରେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି।

ଶୁକ୍ରବାର ରାତିରେ ବାଲେଶ୍ବର ନିକଟ ବାହାନଗା ବଜାର ଷ୍ଟେସନ୍ ନିକଟରେ ଘଟିଥିବା ଭୟଙ୍କର ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ ଲୋକ ଆହତ ହୋଇଛନ୍ତି ।

ବୈଷ୍ଣବ ପୂର୍ବରୁ କହିଥିଲେ ଯେ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ପ୍ରାୟ ସରିଛି ଓ ଦୋଷୀଙ୍କୁ ଚିହ୍ନଟ କରାଯାଇଛି । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଦୁର୍ଘଟଣା ଘଟିଥିଲା ‌‌। ରେଲଓ୍ବେ ସେଫ୍ଟି କମିଶନର ଖୁବଶୀଘ୍ର ବିସ୍ତୃତ ତଦନ୍ତ ରିପୋର୍ଟ ଦେବେ ବୋଲି ସେ କହିଥିଲେ ।

Comments are closed.