ପୋଖରୀରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଲିଙ୍ଗାଗଡ ଗାଁରେ ପୋଖରୀରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ସୂର୍ଯ୍ୟକାନ୍ତି ପ୍ରଧାନ ଓ କୁରୁମଣି ପ୍ରଧାନ ଆଜି ସକାଳେ ପୋଖରୀରେ ଗାଧୋଇବା ବେଳେ କୁରୁମଣିଙ୍କ ଗୋଡ଼ ଖସି ଯାଇଥିଲା। ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସୂର୍ଯ୍ୟକାନ୍ତି ମଧ୍ୟ ବୁଡ଼ି ଯାଇଥିଲେ। ଉଭୟେ ପୋଖରୀରେ ବୁଡ଼ି ଯାଇଥିବା ଦେଖି ସ୍ଥାନୀୟ ଲୋକେ ଖବର ଦେଲା ପରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।

Comments are closed.