ଜୁନିଅର ମହିଳା ଏସିଆ କପ ବିଜୟୀ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଜୁନିୟର ମହିଳା ଏସିଆ କପ୍ ହକି ଜିତିଥିବିରୁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତ, ଦକ୍ଷିଣ କୋରିଆକୁ ହରାଇ ଚାମ୍ପିଅନ ହୋଇଛି । ଭାରତୀୟ ଦଳ ଆଗକୁ ମଧ୍ୟ ଏଭଳି ସଫଳତା ହାସଲ କରିବା ସହ ଦେଶ ପାଇଁ ଅଧିକରୁ ଅଧିକ ସମ୍ମାନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଭଲ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.