ଏସସିବିରେ ଇକମୋ ୟୁନିଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଗୁରୁତର କୋଭିଡ ରୋଗୀଙ୍କୁ ମିଳିବା ସେବା

କଟକ- ଓଡିଶାରେ ଇକମୋ ଚିକିତ୍ସା ସେବାରେ ଯୋଡି ହୋଇଛି ନୂଆ ଅଧ୍ୟାୟ । କଟକ ଏସସିବିରେ ଇକମୋ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି ,ଯାହା କି ପୂର୍ବ ଭାରତରେ ସବୁଠାରୁ ବଡ ସରକାରୀ ଇକମୋ ୟୁନିଟ୍ । ଏଣିକି ଗୁରୁତର କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଏସସିବିରେ ଗୁରୁତର ସଂକ୍ରମିତ କୋଭିଡ ରୋଗୀଙ୍କୁ ମାଗଣାରେ ଇକମୋ ଚିକିତ୍ସା ସେବା ଉପଲବ୍ଧ ହେବ ।

ଏସସିବି ଇକମୋ ୟୁନିଟକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଇକମୋ ଚିକିତ୍ସା ଅଧିକ ବ୍ୟୟବହୁଳ । ହେଲେ ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନାର ଦ୍ୱିତୀୟ ଲହରର ସ୍ମୃତି ବହୁ କଷ୍ଟଦାୟକ ଥିଲା । ଲକଡାଉନ କୋହଳ ହୋଇଛି । ହେଲେ ବିପଦ ଯାଇନାହିଁ । ତୃତୀୟ ଲହର ପାଇଁ ଆମତୁ ସତର୍କ ରହିବାକୁ ପଡିବ । ପିଲାମାନେ ସମ୍ଭାବ୍ୟ ତୃତୀୟ ଲହରରେ ବେଶୀ ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.