କେସିଙ୍ଗା ଷ୍ଟେସନରେ ମାଲବାହୀ ଟ୍ରେନରୁ ଅଲଗା ହୋଇଗଲା ବଗି

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ଏକ ମାଲବାହୀ ଟ୍ରେନରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା । ପ୍ରାୟ ୩୦ ମିଟର ଇଞ୍ଜିନ ଛାଡି ଦୁଇଟି ବଗି ପଳାଇଲା ପରେ ଲୋକୋ ପାଇଲଟ ଟ୍ରେନ ଅଟକାଇ ଥିଲେ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ଦୁର୍ଘଟଣା ଟଳିଯାଇଛି । ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍‌ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍‌କୁ ରୋକିଲେ ଲୋକୋ ପାଇଲଟ । ଘଟଣାସ୍ଥଳର ସ୍ଥାନୀୟ ରେଳ କର୍ମଚାରୀ ପହଞ୍ଚିଥିବା ବେଳେ ମରାମତି ପାଇଁ ଟିଟିଲାଗଡରୁ ଆସୁଛନ୍ତି ଟେକ୍ନିକାଲ ଟିମ୍ ।

Comments are closed.