ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର – ରୋଷେଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ଧାରଣା। ରାଜଭବନ ଆଗରେ ବିଜେଡିର ଅନେକ ବିଧାୟକ ଓ ନେତା ରାଜଭବନ ଧାରଣା ଦେଇଛନ୍ତି । ଖାଲି ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଏହାସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି । ବିଜେଡି ପକ୍ଷରୁ ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ୨୦୧୪ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କା ଥିଲା ଏବେ ତାହା ୧୧୩୦ ଟଙ୍କାରେ ପହଞ୍ଚିଛି । ପାଖାପାଖି ୩ ଗୁଣା ବୃଦ୍ଧି ପାଇଛି ଗ୍ୟାସ ଦର । ଉଜ୍ଜ୍ୱଳା ଏବେ ଅନ୍ଧାରୀ ଯୋଜନା ପାଲଟିଛି । କାରଣ ହିତାଧିକାରୀ ଗ୍ୟାସ୍ ରିଫିଲିଂ କରିପାରୁନାହାନ୍ତି । ପୂର୍ବରୁ ଯେମିତି ଚୁଲିରେ ରୋଷେଇ କରୁଥିଲେ ଏବେ ମଧ୍ୟ ସେହିଭଳି ଚୁଲିରେ ରୋଷେଇ କରୁଛନ୍ତି । କେନ୍ଦ୍ର ସରକାର ଗ୍ୟାସ ଦର ହ୍ରାସ ନକଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ରାଜ୍ୟବ୍ୟାପୀ ବିଜେଡି ଆନ୍ଦୋଳନ କରିବ ବୋଲି ଶ୍ରୀମୟୀ କହିଛନ୍ତି।

Comments are closed.