ବାହାନଗା ଟ୍ରେନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି

କଟକ – ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତ ଯାତ୍ରୀ ଆଖି ବୁଝିଛନ୍ତି। ସେ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ମୃତକ ଜଣକ ବିହାରର ପ୍ରକାଶ ରାଜ ବୋଲି ଜଣାପଡିଛି। ସେ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିଲେ । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ସେ ମଧ୍ୟ ବିହାର ବାସିନ୍ଦା ଥିଲେ ।

Comments are closed.