ବେଆଇନ ଦରଘାକୁ ନେଇ ହିଂସା, ଜଣେ ମୃତ

ଜୁନାଗଡ: ଗୁଜରାଟର ଜୁନାଗଡରେ ସରକାରୀ ଜାଗାରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ଦରଘାକୁ ନେଇ ଉତ୍ତେଜନା ଦେଖାଦେଇଛି । ଜୁନାଗଡର ମାଜେୱାଡି ଅଞ୍ଚଳରେ ଏହି ଦରଘାକୁ ଜବରଦଖଲ ଉଚ୍ଛେଦ ନୋଟିସ ପରେ ଗତକାଲି ରାତିରେ ପୋଲିସ ଉପରେ ଉତ୍ୟକ୍ତ ଲୋକ ଆକ୍ରମଣ କରିଥିଲେ। ପୋଲିସକୁ ପଥରମାଡ଼ ସହ ଘରୋଇ ଏବଂ ସରକାରୀ ଗାଡିରେ ନିଆଁ ଲଗାଇ ଦେଇଥିଲେ। ହିଂସାରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଜୁନାଗଡରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପୋଲିସ ଏବଂ ରାପିଡ୍ ଆକ୍ସନ୍ ଫୋର୍ସକୁ ମୁତୟନ କରାଯାଇଛି।

ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଡିଏସପି ସମେତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜୁନାଗଡ ଏସପି ରବି ତେଜା ବାସମସେଟ୍ଟୀ କହିଛନ୍ତି, ପଥରମାଡ଼ ଯୋଗୁଁ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ମାମଲାରେ ୧୭୪ ଜଣଙ୍କୁ ପୋଲିସ ଅଟକ ରଖିଛି।

Comments are closed.