ତାମିଲନାଡୁ ବିଜେପି ସମ୍ପାଦକଙ୍କୁ ୧୫ ଦିନର ବିଚାର ବିଭାଗୀୟ ହାଜତ

ଚେନ୍ନାଇ : ତାମିଲନାଡୁ ବିଜେପି ରାଜ୍ୟ ସମ୍ପାଦକ ଏସ.ଜି ସୂର୍ଯ୍ୟାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ପୂର୍ବରୁ ପୋଲିସ ତାଙ୍କୁ ସୁରକ୍ଷା ମଧ୍ୟରେ ମଦୁରାଇ ଜଜଙ୍କ କ୍ୱାର୍ଟରକୁ ଆଣିଥିଲା।

କିଛି ଦିନ ତଳେ ସେ ମଦୁରାଇ ସାଂସଦ ଏସ୍ ଭେଙ୍କଟେସନଙ୍କ ବିରୋଧରେ ଏକ ଟୁଇଟ୍ କରିଥିଲେ । ଏହା ପରେ ଜିଲ୍ଲାର ସାଇବର କ୍ରାଇମ ପୋଲିସ ଶୁକ୍ରବାର ରାତିରେ ଏସ.ଜି ସୂର୍ଯ୍ୟାଙ୍କୁ ଗିରଫ କରିଥିଲା।

ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ପରେ ଆବଶ୍ୟକୀୟ ପଦକ୍ଷେପ ନେଇନଥିବା ଅଭିଯୋଗ କରି ଟୁଇଟ୍‌ରେ ସେ ଭେଙ୍କଟେସନଙ୍କୁ ସମାଲୋଚନା କରିଥିଲେ ।

ସାଂସଦଙ୍କ ବିରୁଦ୍ଧରେ ଅଭିଯୋଗ କରି ସେ ଲେଖିଥିଲେ “ଆପଣଙ୍କ ବିଚ୍ଛିନ୍ନତାବାଦର ନକଲି ରାଜନୀତି ନାଳ ଠାରୁ ଅଧିକ ଦୁର୍ଗନ୍ଧମୟ ହୋଇଛି। ମଣିଷ ଭାବରେ ବଞ୍ଚିବାର ଉପାୟ ଶିଖନ୍ତୁ।”

ସାଂସଦ ଭେଙ୍କଟେସନଙ୍କୁ ଚିଠିରେ ସୂର୍ଯ୍ୟା କମ୍ୟୁନିଷ୍ଟ ପାର୍ଟି କର୍ପୋରେଟର ବିଶ୍ୱନାଥନ ସଫେଇ କର୍ମଚାରୀଙ୍କୁ ନାଳ ସଫା କରିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଥିଲେ । ସୁଇପର ଜଣକ ନାଳ ସଫା ବେଳ ଅଣନିଃଶ୍ବାସୀ ହୋଇ ପ୍ରାଣ ହରାଇଥିଲେ ।

ଅନ୍ୟପକ୍ଷରେ ସୂର୍ଯ୍ୟାଙ୍କ ଗିରଫଦାରୀକୁ ତାମିଲନାଡୁ ବିଜେପି ନିନ୍ଦା କରିଛି । ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ଟୁଇଟ୍ କରି କହିଛନ୍ତି, “ବିଜେପି ରାଜ୍ୟ ସମ୍ପାଦକ ଏସ.ଜି ସୂର୍ଯ୍ୟାଙ୍କ ଗିରଫଦାରୀ ଅତ୍ୟନ୍ତ ନିନ୍ଦନୀୟ। ତାଙ୍କର ଏକମାତ୍ର ଭୁଲ ଥିଲା ଯେ ଡିଏମକେ ସହଯୋଗୀ କମ୍ୟୁନିଷ୍ଟମାନଙ୍କର ଘୃଣ୍ୟ ଦୋମୁହାଁ ନୀତିର ପର୍ଦ୍ଦାଫାସ୍ କରିବା … ଏହି ଗିରଫଦାରୀ ଆମକୁ ରୋକିପାରିବ ନାହିଁ।” ଆମେ ସତ୍ୟର ଖୁଲାସା ଜାରି ରଖିବୁ।

ଏସ.ଜି ସୂର୍ଯ୍ୟଙ୍କ ଗିରଫଦାରୀ ମଧ୍ୟ ଷ୍ଟାଲିନ ସରକାରଙ୍କ ପ୍ରତିଶୋଧ ମୂଳକ ପଦକ୍ଷେପ ବୋଲି କୁହାଯାଉଛି। ନିକଟରେ ରାଜ୍ୟର ଶକ୍ତି ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା।

Comments are closed.