ରଥଯାତ୍ରା ଉପଲକ୍ଷେ ‘ନିମନ୍ତ୍ରଣ’ ପକ୍ଷରୁ ସ୍ୱତନ୍ତ୍ର ନିରାମିଷ ଭୋଜନ ବ୍ୟବସ୍ଥା

ଭୁବନେଶ୍ୱର – ରଥଯାତ୍ରା ଉପଲକ୍ଷେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ- ଓଟିଡିସି ପରିଚାଳିତ ନିମନ୍ତ୍ରଣ ( ଭୁବନେଶ୍ବର )ପକ୍ଷରୁ ବିଶେଷ ନିରାମିଷ ଥାଳି ( ବିନା ପିଆଜ ରସୁଣ) ପରଷାଯିବ । ୨୦ରୁ ୨୮ ଜୁନ ଯାଏଁ ଏଭଳି ଭୋଜନ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଆଜି ଭୁବନେଶ୍ୱରରେ ସହିଦ ନଗର ସ୍ଥିତ ‘ନିମନ୍ତ୍ରଣ’ ପକ୍ଷରୁ ସାରାରାଜ୍ୟର ଫୁଡ୍ ବ୍ଲଗରଙ୍କୁ ଏକ ବିଶେଷ ମଧ୍ୟାହ୍ନ ଭୋଜନରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦିଆଯାଇଛି। ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ ମହାନ୍ତି ଏଥିରେ ସାମିଲ ହୋଇ ଗଣମାଧ୍ୟମ ସହ ଆଲୋଚନା କରିବେ ।

Comments are closed.