ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ସାଧୁ, ଯୋରନ୍ଦା ପୀଠର ସଂପୂର୍ଣ୍ଣ ରୂପାନ୍ତରଣ ନିଷ୍ପତ୍ତି ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର – ଯୋରନ୍ଦା ମହିମା ଗାଦି ପୀଠର ସଂପୂର୍ଣ୍ଣ ରୂପାନ୍ତରଣ ପ୍ରକଳ୍ପ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ମହିମା ସାଧୁମାନେ କୃତଜ୍ଞତା ଜଣାଇଛନ୍ତି।

ପୂର୍ବରୁ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଯୋରନ୍ଦା ମହିମା ପୀଠ ଗସ୍ତ କରି ସାଧୁ ଓ ଭକ୍ତମାନଙ୍କ ସହ ପୀଠର ସଂପୂର୍ଣ୍ଣ ରୂପାନ୍ତରଣ ସଂପର୍କରେ ଆଲୋଚନା କରିଥିଲେ। ଏ ନେଇ ୧୫ ଦିନ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ସେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ପରେ ଜିଲ୍ଲାପାଳ ୧୧୨ କୋଟି ଟଙ୍କାର ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିଥିଲେ, ଯାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ ।

Comments are closed.