ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମସ୍କ, ଖୁବ୍ ଶୀଘ୍ର ଭାରତରେ ହେବ ‘ଟେସଲା’ର ଏଣ୍ଟ୍ରି

ନ୍ୟୁୟର୍କ: ଆପଲ୍ ଏବଂ ଗୁଗୁଲ୍ ପରେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ତାଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ‘ଟେସଲା’କୁ ଭାରତ ଆଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଟେସଲା ସିଇଓ ଏଲୋନ୍ ମସ୍କ କହିଛନ୍ତି ଯେ ତାଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଯଥାଶୀଘ୍ର ଭାରତରେ ନିବେଶ କରିବାର ସୁଯୋଗ ଖୋଜୁଛି। ସେ କହିଛନ୍ତି ଯେ ମାନବୀୟ ସ୍ତରରେ ଯାହା ସମ୍ଭବ ତଦନୁଯାୟୀ ଆମେ ଭାରତରେ ନିବେଶ କରିବୁ। ସମ୍ପ୍ରତି ଚାରି ଦିନିଆ ଆମେରିକାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ତାଙ୍କ କମ୍ପାନୀର ଏହି ନିଷ୍ପତ୍ତି ବିଷୟରେ ମସ୍କ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ପରେ ଭାରତରେ ଟେସଲାର ନିବେଶ ଯୋଜନା ବିଷୟରେ ପଚରା ଯିବାରୁ ଗଣମାଧ୍ୟମକୁ ସେ କହିଥିଲେ ମୁଁ ନିଶ୍ଚିତ ଯେ ଟେସଲା ଭାରତରେ ପହଞ୍ଚିବ ଏବଂ ଏହା ମାନବୀୟ ସ୍ତରରେ ଶୀଘ୍ର ଘଟିବ। ଏହାଛଡ଼ା ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆସନ୍ତା ବର୍ଷ ଭାରତ ଗସ୍ତ କରିପାରନ୍ତି ।

ମସ୍କ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତରେ ନିବେଶ ଯୋଜନା ନେଇ ସେ ଶୀଘ୍ର କିଛି ଘୋଷଣା କରିପାରନ୍ତି ବୋଲି ମସ୍କ କହିଛନ୍ତି । ସେ କହିଛନ୍ତି ଯେ ସୌର ଶକ୍ତି, ବ୍ୟାଟେରୀ, ବୈଦ୍ୟୁତିକ ଯାନ ସହ ସଷ୍ଟେନବଲ ଏନର୍ଜି କ୍ଷେତ୍ରରେ ଭାରତରେ ବହୁତ ସମ୍ଭାବନା ରହିଛି। ମସ୍କ ମଧ୍ୟ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.