ଯୋଗ ଆଜି ବିଶ୍ବସ୍ତରୀୟ ଆନ୍ଦୋଳନ, ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ:ଆଜି ବିଶ୍ୱ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଏଥର ଥିମ୍ ରହିଛି ‘ଯୋଗ ଫର୍ ବସୁଧୈବ କୁଟୁମ୍ବକମ୍’ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଆମର ସାଧୁସନ୍ଥଙ୍କ ମତରେ ଯାହା ଯୋଡ଼ିଥାଏ ତାହା ଯୋଗ । ତେଣୁ ଯୋଗର ପ୍ରସାର ସେହି ବିଚାରଧାରାର ପ୍ରସାର ଯାହା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ଯୋଡ଼ିଥାଏ। ଅନ୍ତର୍ଜାତୀୟ ଯୋଗ ଦିବସ ଜରିଆରେ ଯୋଗ ଆଜି ବିଶ୍ବସ୍ତରୀୟ ଆନ୍ଦୋଳନ ପାଲଟିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯୋଗର ପ୍ରସାର ଅର୍ଥ ‘ବସୁଧୈବ କୁଟୁମ୍ବକମ୍’ ଭାବନାର ପ୍ରସାର। ତେଣୁ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀର ବିଷୟବସ୍ତୁ ମଧ୍ୟ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ରଖାଯାଇଛି। ସେ କହିଛନ୍ତି ଯେ ‘ଯୋଗ ଫର୍ ବସୁଧୈବ କୁଟୁମ୍ବକମ୍’ ଥିମ୍ ଆଜି ବିଶ୍ବର କୋଟି କୋଟି ଲୋକ ଏକାଠି ଯୋଗାଭ୍ୟାସ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବର୍ଷ ଯୋଗ ଦିବସ କାର୍ଯ୍ୟକ୍ରମକୁ ‘ଓସେନ ରିଙ୍ଗ୍ ଅଫ୍ ଯୋଗ’ ଆହୁରି ଅଧିକ ସ୍ୱତନ୍ତ୍ର କରିଛି।

Comments are closed.